Unknown

ଦଶପୋଇ

୰କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ

 

ପ୍ରଥମଛାନ୍ଦ

ଚାରୁ ବସନ୍ତସମୟ ଅତି ରସମୟ ପ୍ରବେଶ ଆବେଶ ଚିତ୍ତ ତହିଁ ।

କୁହୁକୁହୁ କରି ପିକେ ଡାକିଲେ ଉତ୍ସୁ କେ କାମକୁହୁ ଘୋଡ଼ାଇବାପାଇଁ।

ବହେ ମଳୟପବନ ପଲ୍ଲବିଲେ ବନ ଦହେ ବିଦେଶିଙ୍କି ବିଷଗୁଣେ ।

ଚୂତ ମୁକୁଳ ଧଇଲା କାମ ଡରାଇଲା ବିନ୍ଧିପକାଇବି ଏହି ବାଣେ ।

ଗନ୍ଧେଭୃଙ୍ଗ ରସାଇଲା ବିଷେ ବିଷାଇଲା ପରାୟେ ଚିତ୍ତେପରତେହୋଇ ।

ଯୋଗିନିକର ଡରିଲେ ଉଚ୍ଚେ ଉଚ୍ଚାରିଲେ ରାମନାମରେଆକାରଦେଇ

ଦେଲା ଫୁଟାଇ ସୁନାରୀ ନଳି କରେ ଧରି ନାଗେଶ୍ୱର କଢ଼ି ଗୁଳିକିବା ।

ଉଡ଼ି ରଞ୍ଜକ ପରାଗ ପଡ଼ିବାରୁ ଅଙ୍ଗ ଇଷିବୋଲି ଚମକିଲେ ଯୁବା ।

ହତ ପଲାଶ ପଲାଶ ହୋଇ ପୁଷ୍ପବେଶ ଅନଙ୍ଗଅନଳ ପ୍ରାୟେ ଦିଶେ ।

ଏକାକୀନର ଉଲ୍ଲାସ କରିବାରେ ଧ୍ୱଂସ ଅଳିପନ୍ତି ଧୁମାବଳୀ କି ସେ ।।

ଚମ୍ପା ମାଧବୀ ସେବତୀ ହେଲେ ପୁଷ୍ପବତୀ ଜାଣି ଭ୍ରମରେ ଉନ୍ମତ୍ତେ ରସି

ଫୁଙ୍କେଭେରୀ ଧରି କି ସେ ଏକାଳେ ପ୍ରବାସେ ଯେ ରହିଲା ସେହୁଗଲାଭାସି ।।

ଶୁଣି କେଉଁ କାମିବର ହୋଇ ତର ତର ଘରକୁ ଯିବାକୁ କଲା ମନ ।

ପଥୁଁ ଆସୁ କେ ବିଚାରେ ସଖାକୁ ପଚାରେ ପରାଣପରା କରିବ ମାନ ।।

କେହୁବୋଲେ ଶିବ୨ ଏତେ କର ଜୀବବନ୍ଧୁ ଯିବାପାଏଜୀବେ ଥାଉ ।

ମୋର ଘେନି ନିବେଦନା ବିରହବେଦନା କୁଚଅପସରେ ଆଉପାଉ ।

 

ନବମାଳିକା ଅଶୋକ ଦେଖିକରି ଶୋକ କେଉଁ ବିରହିଣୀହୃଦ ସଲି ।

ନିଶ୍ୱାସକୁ ପକାଇଲା ଫେଡ଼ି ନ କହିଲା ସଖୀକି ଚାହିଁ ବୋଇଲା ମଲି ।

ଯାଉ ପଥିକ-ପାତକୀ ପାଞ୍ଚିଲେ କେତକୀ ଯମଦାଢ଼େ ଆମ୍ଭେ ପଡ଼ିଲାଇଁ ।

କହେ ନୃପ ଯୁବଭଞ୍ଜ ବିକଶିତକଞ୍ଜ ସରସୀ ରସିକା ଶୋଭାଚାହିଁ ।

 

ଦ୍ୱିତୀୟ ଛାନ୍ଦ

ରାଗ-ଚୋଖି

 

କୁନ୍ଦକରକ ହୀରକ ମୁକୁତାପନ୍ତି କରଗ ହୃଦୟଜଟ ନାୟକ ସରୁ ରଦନା ।

ସିନ୍ଦୁର ମନ୍ଦାର ବାଳଅରୁଣ ବିମ୍ବ ପ୍ରବାଳ ମାଣିକ୍ୟ ବଧୁଲୀ-ଫୁଲ ରଦଛଦନା ।

ନବବଧୁ ମଧୁରାଧିକା ।

ଆଦରସ ସାରସବଦନୀରାଧିକା ।୧।

 

ସେ ସୁରତ ସୁରତରୁ ତରୁଣୀରତ୍ନ ରମ୍ଭୋରୁ ଚତୁର୍ଦ୍ଦଶୀର ପ୍ରାନ୍ତରୁ ଉଠି ବସିଲା ।

ପୂଜିବାପାଇଁ ସୁମନଶରକୁ ବେଗେ ଗମନ ତୋଳିବାପାଇଁ ସୁମନମନରସିଲା ।

ସଙ୍ଗ ସେ ନ କରି ସଜନୀ ।

ମଣ୍ଡିଲା ମହୀମଣ୍ଡନୀ ବନ ଅବନୀ ।୨।

 

ପୋଇ

 

କାମବାଧାଉଦ୍ଦୀପନ ଦେଖି ବୃନ୍ଦାବନ ରାଧାଶରଧା ବଳିଲା ଅତି ।

ଚମ୍ପାପୁଂନାଗମଞ୍ଜୁଳ ଲାଗି ଡ଼ାଳେଡ଼ାଳେ ନାରୀ ପୁଂସ ବିଭା ହେଉଛନ୍ତି ।।

ମଲ୍ଲି କଢ଼େ ଷଟପଦ କରେ ଶଙ୍ଖନାଦ ବାକ୍ୟ ଊଚ୍ଚାରେ କୋକିଳଦ୍ୱିଜ ।।

ଗଙ୍ଗଶିଉଳୀକୁସୁମ ଝଡ଼ିମନୋରମ ଶେଜାଇ ମଧୁଶଯ୍ୟାକୁ ଶେଯ ।।

 

ଝଳି ସୁବର୍ଣ୍ଣର କାନ୍ତି ସୁନାରୀ ଅଛନ୍ତି ଲୋଭବଶରୁ ମଧୁପ ଝାମ୍ପେ ।।

ମନ୍ଦମରୁତେ ଚଳିତ ପରତେ ଏମନ୍ତମତେ ଛୁଁ ନା୨ ବୋଲିକମ୍ପେ ।।

କାହିଁ ମାଧବୀର ଲତା ବକୁଳେ ଶୋଭିତା ପରବାସୀ ଆଦିମିଳେ ପୁରୀ

ମୁଞ୍ଚି ମକରନ୍ଦ ଛଳେ ନୂଆସ୍ନେହବଳେ କାନ୍ତ ଧରିଛି କି କୋଳକରି ।।

 

ଶୋଭା ରସାଳ ଦିଟପ ଗଣିକାସମୀପଧନ ସାରଣା କରିବା ବଶେ ।।

ଦଉବିକାଶ କୁସୁମ ବ୍ୟାଜରେ ସୁଷମ ମନ୍ଦହାସରେ ମୋହୁଛି କି ସେ ।।

ଗୁଳୁପରେ ମଲ୍ଲିଲତା କାମେହୋଇ ମତ୍ତା କାନ୍ନାକିବା ବିପରୀତ ଭଜେ ।।

ତହିଁ କପୋତ ନିଃସ୍ୱନ ହୁ ହୁଁ ଶବ୍ଦଘନ ଝିଙ୍କାରୀନାଦ କିଙ୍କିଣୀବାଜେ ।।

 

ନାଗକେଶର ପାଟକ ଜାତିର ଛଟକ ପାଶେ ପୁଷ୍ପିତ ପଲାଶ ତୋରା ।।

ନବବଧୁପିନ୍ଧି ପାଟେ ମଦନ ଉଚ୍ଚାଟେ ବଲ୍ଲଭ ମୋର ଆସୁଛି ପରା ।।

ଫୁଲେ ଲୁଚି ଛୁରିଅନା ବିଯୋଗଅଙ୍ଗନା ପ୍ରାୟ ଅଙ୍ଗରେ ପୁଲକଧରେ ।।

ମନ ମନାଇବା ପାଞ୍ଚି ବିନୟକୁ ରଚି ଆଗେ ମଳିଛି ଭ୍ରମର ଜାରେ ।।

 

ହୋଇ ଅତନୁ ଫୁଲାଇ ଟେକଧନୁ ପାଇ ନିଆଳୀକଳିକା ଝଳି କାଣ୍ଡ ।

ଚିତ୍ତେ ଏସର୍ବ ପ୍ରକଟି ଏବେ ଯିବ ଫୁଟି ହର ହୋଇଲେ ପଥରପିଣ୍ଡ ।।

ଯହିଁ ଦେଖିଣତାପିଚ୍ଛ ଟେକି କେକୀପୁଚ୍ଛ ନପୁଂସକ ହେଲେ ମତ୍ତେନାଚେ

କହେ ଯୁବଭଞ୍ଜଭୁପ ବନରସକୂପ ଶମ ନାହି ସ୍ୱର୍ଗ ତଳ ମଞ୍ଚେ ।୧୦।

 

ତୃତୀୟଛାନ୍ଦ

ରାଗ-ଚୋଖି

 

ନୀଳମଣି ଇନ୍ଦୀବର ଘନ ତମାଳ ସ୍କନ୍ଦର ଯୁବାବୃନ୍ଦ ପୁରନ୍ଦର ନଟନାଗର ।

କନକ ପଦୁକେଶର କୁଙ୍କୁମକାନ୍ତି ଅମରନାଗରୀ ଚିତ୍ତ- ଚଉର ରସସାଗର ।

ଖେଳୁଥିଳେ ନିକୁଞ୍ଜବନ ।

ସୁନ୍ଦରୀପୁରନ୍ଦରୀରେ ନେତ୍ର ପତନ ।୧।

 

ଭାବିଲେ ଏତ ବିଜୂଳି ମହୀରେ କରଇ କେଳି କୁସୁମିତ ଲତାବତି କି କାଳବଶେ ।

କିବା ମୋ ପୂର୍ବସୁକୃତ ଠୁଳ ହୋଇ ରୂପବନ୍ତ ଧାତା ଆଣିଲା ଏକାନ୍ତ ବିପିନଦେଶେ ।

ପାଇତ ଯେ ଯାହା ଇଚ୍ଛଇ ।

ବିନତି ନୋହିବ କିପାଁ ଏକାଳ ଚାହିଁ ।୨।

 

ପୋଇ

 

ଏତେ ଭାଳି ବନମାଳୀ ରାଧା ପାଶେ ମିଳି ପ୍ରଭୁ ଛାମୁରେ ସେବକପରି ।

ମୃଦୁ ବିନୟ ବଚନ କରନ୍ତି ରଚନ କାଳକାଳୁଁ ମୁଁ ଯେ ଅନୁସରି ।।

ତୁ ଯେ କାମକଳ୍ପଲତାମଧ୍ୟରେ ବିଚିତ୍ରାହୃଦେ ତୋ କରୁଣାଫଳ ଫଳି

ମୋତେ ପ୍ରାପତ କରାଅ କାମନା ପୁରାଅ କଟାକ୍ଷେ ଅମୃତ ଢାଳିଢାଳି ।।

 

ହେବି ସଙ୍ଗୀତପ୍ରବୀଣାଭାଷି ତୋର କିଣା ଏହି ଅବଧାନ କର କର ।

ତୋର ଆସ୍ୟ ଅଉଷଧିଈଶ୍ୱର ସନ୍ନିଧି ଆତୁରବ୍ୟାଧିକି ହର ହର ।।

ରଙ୍ଗରାଜୀବଚରଣତଳେ ତୋ ଶରଣ ପଶିଲି କହୁଛି ବାର ବାର ।

ଆରେ ହେମତନୁବାଳା ଦେଇ ଜାନୁଭେଳା କର ତାପଅକୂପାର ପାର ।।

 

ମାର ଧନୁ ଶର ଗୁଣ ଖୋଜିମର୍ମସ୍ଥାନ ବିନ୍ଧିପକାଉଛି ଦେଖ ଦେଖ ।

ଏତେ ମାଗୁଛି ସହୀକି କବଚ ତହିଁ କି ତୋ ବାହୁ ବେଢ଼ାଇରଖରଖ ।।

ତୋତେ ରଖିଲି୨ ଏଦଣ୍ଡରୁବୋଲି କଥା ପଦେ ମୋତେ କହକହ ।।

ବଳି ଉଦରେ ଶରଣ ଏଡ଼େ ଦାନୀପଣ ଏତେକ କୃପଣ ନୁହନୁହ ।।

 

ତୁଟୁ ସଂଶୟଅନ୍ଧର ଚାଟୁ ଘେନି ମୋର ମୁଖ ଶଶଧର ତୋଳ୨ ।।

ଏହା କେମନ୍ତେ ସହିଛୁ ମଉନେରହିଛୁ ତୋଆଗେ କୋକିଳକଳ୨ ।।

ଯଷ୍ଠିପ୍ରହାରେ ଉରଗ କରେ ଯେଉଁ ରଙ୍ଗ ସେରୂପେ କୋପରେଥର ଥର ।

ବୋଲେ ରାଧିକା ବାତୁଳ ହେଲୁ କି ମାତୁଳନାରୀ ହରି ବାରେ ତର ତର ।।

 

ଷଣ୍ଡା ବଚ୍ଛାକୁ ବିନାଶି ଅଛୁତୁ ଭରସି ପାତକରେ ଭୟ ନାହିଁ ନାହିଁ ।

ଯାଯା ନ ରହ ମୋପାଶ ନ ଘଟୁ କଳୁଷ ତୋର ବଦନକୁ ଚାହିଁ ଚାହିଁ ।

ଯାକୁ ଦୂଷଣ ତ୍ତର ଭୂଷଣପ୍ରକାର ଜାଣ ଯାହା ମୁଖେ ନାହିଁ ଲଜ୍ଜା ।

ଚିହ୍ନ ନାହୁ କଂସକୁ ଏଡ଼େ ସହାସକୁ ରସେ କହେ ଯୁବଭଞ୍ଜ ରାଜା ।

 

ଚତୁର୍ଥ ଛାନ୍ଦ

ରାଗ-ଚୋଖି

 

ହରି ବୋଲନ୍ତିରେ ବାଳା ତୁତ ଲବଣୀପିତୁଳା ଚନ୍ଦନୁ ଶୀତଳ ବାଣୀ କର୍ପୂର ହାସ

କାହିଁରେ ଧାତା ମଣ୍ଡିଲା ହୃଦୟ ଜଣା ନଗଲା ଉରଜ ତୋର ଲଭଇ ଗିରିସଦୃଶ ।।

ସେ ପାଷାଣ ବୋଲନ୍ତି ଭାବି ।

ପୁରାଣେ ଗୁଣିଛି ସେହି ପ୍ରୀତିରେ ଦ୍ରବି ।୧।

 

ବିରହି କରେଦହନ ସହଜେ ଚନ୍ଦ୍ରବଦନ ତହିଁକି ମୋଠାରେ ଭାଷ ହାସ ଏସନ ।

ମୋ ତନୁ ବିରହାନଳ ତେଜେ ତୁ ନୋହୁ ତରଳ କାରୁଣ୍ୟଜଳରେକିବା ହେଲୁ ନିମଗ୍ନ ।

ଯେବେ ମୋରେ ନିରାଶ ହେଲୁ ।

ଚନ୍ଦ୍ର ଶଶାପ୍ରାୟେ ପୁଂସହତ୍ୟା ପାଇଲୁ ।୨୦।

 

ପୋଇ

 

ଏତେବୋଲି ଦେବ ହରି ରାଧାପାଦ ଧରିଶିର ଲଗାଇବା ବେଳେ ତହି ।।

ନେଇ ନ ପାରି ସେ ପାଦ ଲଭଇ ବିଷାଦ ଛାଡ଼ବୋଲି ଚଉ-ଦିଗଚାହିଁ ।

ମନ୍ଦଗତି ନନ୍ଦନାରୀ ସେ ବଳେ ବିହରି କୃଷ୍ଣଙ୍କୁ ଖୋଜେ ଏମନ୍ତବେଳେ ।

ଦେଖ ଦଇବର ଗତି ଦେଖିଲା ଶ୍ରୀପତି ପତନ ରାଧା ପୟରତଳେ ।

 

ଉଚ୍ଚେ ଡାକିଲା ବହନ ଅର୍ଜିଲୁ କି ଧନ ଏ ବଡ଼ାଇ ତୋର କି କାରଣେ ।

ମୋର ହୃଦୟଚନ୍ଦନ ନ ଟେକୁ ବହନ କିପାଁ ସେ ପଡ଼ିଲେ ତୋ ଚରଣେ ।।

ଶୁଣି ମାତାଙ୍କ ଉତ୍ତର ଶ୍ରୀକୃଷ୍ଣ କାତର ତର ତର ହୋଇ ପଳାଇଲେ ।

ଭୋକ ଭୁଞ୍ଜିବା ଅନ୍ନରେ ଧୂଳିପଦ ନରେ ପଡ଼ିଲା ପ୍ରାୟେ ବିକଳ ହେଲେ ।।

 

ରାଧା ଅତିହିଁ ତରସ୍ତେଛୁଇଁ ବେନି ହସ୍ତେ ଯଶୋଦା ଚରଣେ ଓଳଗିଲା ।

ଭଲା ଭଲା ସେ ଚତୁରୀବଚନଚାତୁରୀ ରଚନାରେ ମନପ୍ରବୋଧିଲା ।।

ଦେବି ତୁମ୍ଭର କୁମର ଉଚ୍ଚବୃକ୍ଷପର ଉଠି ଡେଉଁଥିଲେ ପୁନଃପୁନ ।

ଦେଖି ମାତାଙ୍କୁ କହିବି ଛାଟ ମରାଇବି ବୋଲି କଲି ମୁଁ ଯେ ତରଜନ ।।

 

ଶୁଣି ବିନୟୀ ହୋଇଲା ମୋ ପାଦ ଧଇଲା ନ କହିବୁ ବୋଲି ଜନନୀକି ।

ତୁମ୍ଭେ ହୋଇ ସାବଧାନ ବିଚାରତ ମନ ଏଥିକି ମୋହର ଦୋଷ ନିକି ।।

ଏତେକଥା ପରସ୍ପରେ ଚଳିଲେ ମନ୍ଦିରେ ରାଧା ସୁମନ ତୋଳିଣ ଗଲା ।।

ଦେଇ ବିରହକାତରେ ଶାଢ଼ୀପଣନ୍ତତରେ ଶ୍ରୀକୃଷ୍ଣ ମନକୁ ବାନ୍ଧିନେଲା ।

 

ରତ୍ନଝଟକପରିର ସୁନ୍ଦର ଶରୀର ଶୋଭା ନୟନରୁ ନ ଛାଡ଼ିଲା ।

କାମ ରୁମକେ ବିଶିଖେ ବିନ୍ଧିବାକୁ ସୁଖେ ଶାଣ ଦେଇକରି ସଜାଡ଼ିଲା ।।

ଅଙ୍କେ କୁସୁମ ପତନ କୁଳିଶ ସମାନ ଘଡ଼ଘଡ଼ିସମ ପିକରଡ଼ି ।

ଯୁବ ଭଞ୍ଜ ନରେଶ୍ୱର ବୋଲେ ଦାମୋଦର ଦେଖୁ୨ ତନୁ ଗଲା ସଡ଼ି ।।

 

ପଞ୍ଚମ ଛାନ୍ଦ

ରାଗ-ଚୋଖି

 

ମଞ୍ଜୁଳ ମଞ୍ଜୁଳତରୁ ଅମଳ କଂଶୁକ ଚାରୁ ଡ଼ାଳିମ୍ବ ବଧୁକଦୁରୁ ଦେଖି ଉଚ୍ଛନ୍ନ ।

ପଡ଼ିମନ୍ଦରପରାଗ ଜନମ ଅଙ୍ଗେ ସ୍ଫୁଲିଙ୍ଗ ଭାଳିରେ ହୋଇ ଅନଙ୍ଗ ଜଳିଲା ବନ ।

ତହିଁକି ଏ ମନ୍ଦମରୁତ ।

ମୋଅଙ୍ଗକୁ ଲାଗୁଅଛି ଏଡ଼େ ତପତ ।

 

ଜଳେ ପଦ୍ମ ନୀଳୋତ୍ପଳ ସ୍ଥଳରେ ଚୁତ- ମୁକୁଳ ନବୀନାମାଳିକାକୁଳ ଚାହିଁ କାତର ।

ମୋ ମାରଣେ ମନମଥ ଜଗିଲାସକଳପଥ ଜାଲ ବେଷ୍ଟି ତକୁରଙ୍ଗୀହେଲି ଏଥର ।

ସବୁଦିନେ ଅଗ୍ନି ଦେଖାଇ ।

ଝିଲି ଘଣ୍ଟି ଚାଳେ ନିଶୀ ଆକଣ୍ଠ ସେହି ।୧।

 

ପୋଇ

 

ନବପଲ୍ଲବ ଶୟନେ ସଜଳ ନୟନେ ଧ୍ୟାନ କରି ରସବତୀ ରୂପ ।

କରି ମୃଣାଳରେ ମାଳ ଧରି ସବୁକାଳ ରାଧା ରାଧାବୋଲି କଲେଜପ ।।

ମନେ କରନ୍ତି ଆସନ୍ତା ଏ ଶେଯେ ବସନ୍ତା ହସନ୍ତା ଭାଷନ୍ତାମଦୃବାଣୀ

ଅଣିମାତି ସୁଖ ସଖୀ କୋଟିଗୁଣେ ଲେଖିଦିଅନ୍ତା ଯେ ପାଦତଳେଆଣି ।।

 

ମୁହିଁ ଶୋଇ ଶୁଆଇଲେ ତାକୁ ଉରସ୍ଥଳେ ବନ୍ଧୁ ଦିଶନ୍ତାଏମନ୍ତ ପରା ।

ନୀଳ କଷଟି ପାଶାଣେ ସୁବର୍ଣ୍ଣ ରସାଣେ ଯେମନ୍ତ ହୋଇ ରହଇ ଗିରୀ

ଏହି ସମୟେ ଝିଙ୍କାରୀ ବୃକ୍ଷେ ନାଦକରିଝୁଣ୍ଟିଆ ଶୁଭିଲା ବିଚାରିଲେ ।।

ପାଞ୍ଚି ବିଜେକଲା ସହୀ ଦିଅନ୍ତେ ଅନାଇ ପୟର ପରି ପଲ୍ଲବ ଚଳେ ।।

 

ଏବେ ଗଲା କାମ ବ୍ୟାଧି ସର୍ବ ଅଉଷଧି ସଞ୍ଚା ଶ୍ରୀଅଙ୍ଗରେ ସଞ୍ଚୁ ଥିବ ।।

କେଶ ସଇବାଳ ଘନ କମଳ ବଦନ ହାସ ଘନସାର ସିଞ୍ଚି ଦେବ ।।

ଦନ୍ତ ଡାଳିମ୍ବ ସୁସଞ୍ଚ ମାତୁଳଙ୍ଗ କୁଚ ସକଳ ଅରୁଚି ଘୁଞ୍ଚିଯିବ ।

ବାଳ ରସ ପ୍ରୟୋଗରେ ସୁଅନୁରାଗରେ ବିରହ ରୋଗକୁ ମୁଞ୍ଚି ଦେବ ।

 

ନବ ଶାକର ଅଧରେ ପ୍ରାଣବନ୍ଧୁ ଧରେ ସେ ଅଶନେ ଚିତ୍ତ ଜଡ଼ାଇବ ।।

ମୃଦୁ ଉତ୍ତର ଅନ୍ତର କହିବାମାତାର ଅନଙ୍ଗଭୁତକୁ ଛଡ଼ାଇବ ।

ଲବେ କଲେ ଆଜ ରତି ସାରିବ ଯୁବତି ଈଶ୍ୱରସମ୍ପତ୍ତି ମୋତେ ଦେଇ ।।

ଭୁଜ ବେଢ଼ାଇବ ଗଳେ ସର୍ପମାଳା ଛଳେ ବସନ ଯିବତ ଦୁର ହୋଇ ।।

 

ଏତେ ଚିତ୍ତେ ଭାବି ଉଠି ଆସନ୍ତେ ପାଛୋଟି ଜ୍ଞାନାବେଶେ ସବୁ ହେଲା ମିଥ୍ୟା ।।

ଯୁବଭଞ୍ଜ ମହୀପାଳ ବୋଲେବେଳୁବେଳ ଅଧିକ ହେଲା ବିରହବ୍ୟଥା ।।

 

ଷଷ୍ଠ ଛାନ୍ଦ

ରାଗ-ଚୋଖି

 

ଏକାଳେ ପ୍ରବେଶ ଦୂତୀ ଦେଖି ଶ୍ରୀକୃଷ୍ଣର ରୀତି ଲଭି ଅତନୁତପତି ପଲ୍ଲବେ କୁଳେ ।

ଫୁଟି ତୁଟି ଯାଇ ମୋତମାଳ ସୁତମାଳକାନ୍ତି ଶବଦ ନୀରଦ ଭ୍ରାନ୍ତି ଦଇବବଳେ ।

ମନେ କଲା ରାଧା ଶରଧା ।

ବିନା କି ଲାଭିଥିବ ଏ ବିରହ ବାଧା ।୧।

 

ଆଶ୍ୱାସନା କରିପାଶେ ବସିପୁଛିଲାକି ବିଶେ ଏ ବିପତ୍ତି ଶ୍ରୀପତିକିପ୍ରାପତ କେହି ।

ସଖି ମୂଯହିଁକିଦୁଃଖୀ ନ ଜାଣୁ ଅବସ୍ଥା ଦେଖି ରାଧାବିପରୀତ ଅଶ୍ରୁ ନୟନୁ ବହି ।

ଏମନ୍ତ ମାଧବକହିଲେ ।

ଆରତ ହୋଇ ଦୁତିକା କର ଧଇଲେ ।୨।

 

ପୋଇ

 

ପୁଣି ବୋଲେ ବେଣୁଧାରୀ ଶୁର ସହଚରୀ ଦରଶନୁ ନେତ୍ରେ କଲା ଘର ।

ଭାଲ କସ୍ତୁରିଚିତାରୁ ଶିଖିଲା କି ଭୀରୁ ନିଜସ୍ଥଳ ନାଶ କରି- ବାର ।

ତାକୁ ପାଇଲେ ଜୀବ ବୋଲୁଅଛି ଯିବ ଏଥକୁ କରିବ କି ଉପାୟେ ।

ସେ ଯେ ଅବୋଧକାମିନୀ ବିନୟ ନ ଘେନି ପେଲି ପଶିଲେ ପକାଇ ଦିଏ ।।

 

ଜଗନ୍ନୋହନମନ୍ତର ଅଛି ତାହାଠାରେ ଯେତେ ମୋହ ମନ ମୋହିବାର ।

ଯାଇଁ କହିବୁ ବୁଝାଇ ଯେ ଯାହାକୁ ମୋହି ଦଣ୍ଡ ଦିଅଇ କି ପରିକର ।।

ଆଶା ନ ଭାଙ୍ଗୁ ସୁନ୍ଦରୀ ରଖୁ ଦାସ କରି ମନ ଜାଣି ସେବା କରିଥିବି ।

ଫୁଲ ଗୁନ୍ଥି ବାରେ ମାଳୀ କେଶବେଶେ ଆଳୀ ହୋଇ କାମମୁଖେ କାଳି ଦେବି ।।

 

ଲେଖି ଲଲାଯେ ତିଳକ ସଖି ମୁଁ କାଳକ ମୁଖକୁ ଦର୍ପଣ ଦେଖାଇବି ।

ବାମାରତନ ବର୍ତ୍ତନ କଲେ ଚୁମ୍ବ ଦାନ ଦୁଃଖକୁ ପଛକୁ ପକାଇବି ।।

ଚାରୁଚରଣ ମାଜବି ଅଳତା ରଞ୍ଜିବି ନାପିତୀ ଠାରୁ ଅଧିକେ ମୁହିଁ ।

ପୁଣି ଶେଯ କରି ଛାତି ଦେବି ପ୍ରତିରାତି ଜୀବିତେ ଦୋଷ କରିବି ନାହିଁ ।।

 

ମୋର ଲାଗିବ ନାଟିକା ତାମ୍ବୁଳ ବିଟିକା ଭାଙ୍ଗି ଭୁଞ୍ଜାଇବି ଯେତେବେଳେ ।

ମନ ସେବାରେ ମନାଇଁ କହିବି ବିନୟୀ ହୃଦଦୁଃଖ ଯାକ ସେହି କାଳେ ।।

ଆଶା କରିଛି ଏଥକୁ ଲଭିବାକୁ ତାକୁ ମୋଠାରେ କରୁଣା ଚିତ୍ତ ଅଛି ।

ଯେଣୁ ଗୁପତ ପୀରତି ବଚନ ଯୁବତି ପ୍ରକଟ କାହିଁ ନ କଲା କିଛି ।

 

ନାରିକେଳଫଳ ପରି ବାହାରେ ସୁନ୍ଦରୀ କର୍କଶ ହୃଦୟ ମୋହ ତହିଁ ।

ଗଲା ଜୀବନ ରଖିଲା ଦୂତିକାକି କଲା ଏ କୀର୍ତ୍ତି ତୋତେ ଦେଇଛି ବିହି ।

ଶୁଣି ବୋଇଲା ଲଳିତା ଛାଡ଼ି ସବୁ ଚିନ୍ତା ମୋହ ସଙ୍ଗେ ତୁମ୍ଭେ ବିଜେକର ।

ଭିତ୍ତିପଛେ ରହିଥିବ ମୋ ଡାକିଲେ ଯିବ କହେ ଯୁବଭଞ୍ଜ ଦଣ୍ଡଧର ।।

 

ସପ୍ତମ ଛାନ୍ଦ

ରାଗ-ଚୋଖି

 

କୃଷ୍ଣକୁ ରଖି ଅନ୍ତରେ ଦୂତୀ ଗମିଲା ଭିତରେ ରାଧାକୁ ଚାନ୍ଦନୀପରେ ଭେଟି ଏକାନ୍ତେ ।

ବସିଲା ଆଦର ପାଇ ଅଳକେ ତିଳକ ଦେଇ ଭାଷିଲା ହସିଲା ହୋଇ ମଧୁରଯୁତେ ।

ଶୁଣିଲି ମୁଁ ଅପୂର୍ବଭାଷା ।

ଜଳଧର ନ ହରିଲା ଚାତକ ତୃଷା ।୧।

 

ସଦିତାକାକ୍ତା ବୋଲାଇ କେବେ ନାହିଁ ବାହୁଡ଼ାଇ ଭ୍ରମରକୁ ପଦ୍ମନୀ ସେ କଥାହୋଇଲା । ନବବୟସୀବିମ୍ବୋଷ୍ଠୀ ନ ରହିବ ପରା ସୃଷ୍ଟି ମହାଯୋଗୀ ଯୋଗରେତ ନୟନ ଦେଲା ।

ଥିଲାପରା ପରମସ୍ନେହ ।

ରାମା ବୋଲ ନ ବୁଝିଲି ଫେଡ଼ି ତା କହ ।୨।

 

ପୋଇ

 

ଦୂତୀ ବୋଲଇ ରମଣ ହେବ ଧାତା ଋଣୀ ଏକଥା ବିଚିତ୍ର ମଣେ ମୁହିଁ ।

ଯେହୁ ଯାହା ନିମିତ୍ତରେ ମୁନିବେଶ ଧରେ ପୂର୍ବଜନ୍ମେ ସରଯୁରେ ଦାହି ।।

ସେହି ନିରସ ପଦାର୍ଥ କେହି ତୋର ସତ ବଳିଲା ପଡ଼ିଲେ ପାଦତଳେ ।

ଦେଖି କାତର ହୃଦୟ ସରସହୃଦୟ କିସ ହୋଇଥିଲା ତେତେବେଳେ ।।

 

ସଖି ଥାଇ କେତେଦିନ ଧନ ଯଉବନ ଏତେ ତୋ ମନକୁ ନ ଆଣିଲୁ ।

ସତପାନ୍ତ୍ରେ ଦାନ ଦେଲେ କୀର୍ତ୍ତି ସବୁକାଳେ ରହନ୍ତା କିପାଁଇ ହୁଡ଼ିଗଲୁଁ ।

ଅତି ସୁଗନ୍ଧ ସୁବର୍ଣ୍ଣକେତକୀ କୁସୁମ ଫୁଲ ବଡ଼ ହୋଇ କିସ ହେବ ।

ଯେବେ ରସିକ ଭ୍ରମର ଭୋଗ ନାହିଁ ତାର ଗୁଆଁରୀ ନୋହିଲା ମନେ ଭାବ ।।

 

ଏକେତ ଯୁବା ବୟସ ଦୁଜେ ମଧୁମାସ ସୁନ୍ଦରୀ ଭେଟ ଏକାନ୍ତ ସ୍ଥଳେ ।

ତହିଁ ଚିତ୍ତ ନ ତରଳି ଗଲାପରା ଜଳି ମାରଶର ହର-ନେତ୍ରାନଳେ ।।

ହରି ଡରିକି ଅନଙ୍ଗେ ଆସିଛି ମୋ ସଙ୍ଗେ ଆଜ୍ଞା ଦେଲେ ଭେଟାଇବ ଚାଣ୍ଡେ ।।

ଶୁରି କୋପିଲା ହୋଇଲା ରାଧିକା ବୋଇଲା କି କରି ଏହା ଭାଷିଲୁ ତୁଣ୍ଡେ ।।

 

ଯାର ବିଟପ ପ୍ରକୃତି ଯାଅ ତାର କତି ଯେବେ ତା ଚିନ୍ତା ଲାଗିଲା ତୋତେ ।

ସଖି ତୋର ସଙ୍ଗଗୁଣେ ଶୁଣିଲି ଶ୍ରବଣେ ଏ କଥା ଭୂଷଣ ନୋହେ ମୋତେ ।

ରାମା ଶୋଭାଜଳେ ବୁଡ଼ି ମନୁ ଭୟ ଛାଡ଼ିଯାଇଁ ଶ୍ରୀଧର ଧଇଲେ କର ।

ଏକି ବିଡ଼ମ୍ବଣ ବୋଲି ନ୍ତ୍ରୋଧେ ଦେଲା ପେଲି ପଡ଼ିଲା ହସ୍ତ ପୟରପରେ ।

 

ସେହି ପାଦୁ ଝାଡ଼ି ଧୂଳି ଅଙ୍ଗେ ହୋଇ ବୋଳି ବୋଇଲେ ଲାଗିଲା କି ଶୀତଳ ।

ଚାରୁ ଚନ୍ଦନ କର୍ପୂରସମ କିଏହାର କେତେ ଶାନ୍ତ ଦେଲା କାମାନଳ ।

ଯାହା ପାଦରଜ ଏଡ଼େସୁଶୀତଳ କେଡ଼େ ହୋଇଥିବ ଅଙ୍ଗ ଭିଡ଼ୁକିନା ।

କହେ ଯୁବ ନର- ପତି ବୋଇଲା ଯୁବତୀ ନନ୍ଦଘର ବୁଡ଼ାଇବୁ ସିନା ।

 

ଅଷ୍ଟମ ଛାନ୍ଦ

ରାଗ-ଚୋଖି

 

ଦୂତୀ କହେ ଭଗବତୀ ଜଗତେ ରଖ ଏ କୀର୍ତ୍ତି ଜଗନ୍ନୋହନକୁ ତୁ ମୋହିଲୁ ଶୋଭାରେ ।

ଯେ ବଳବନ୍ତ ଅଗ୍ରଣୀ ଇନ୍ଦ୍ରକୁ ବିବାଦେ ଜିଣି ତାହା ଦର୍ପ ଦଳାଇଲୁ କୁସୁମଶରେ ।

ଦେଖି ଦୟା ନ ବସେ ତୋର

ଗିରିଧର କି ଦୁର୍ବଳ ମୂରଲୀ ଭାର ।୧।

 

କାଳିକି ଯେ କାଳିନ୍ଦିରେ ଦଳିଲେ ତାହାକୁ ଘାରେ ବିରହ ଗରଳ ଝଡ଼ ତୁ ସ୍ମରପଦେ ।

ଆଉ ତୋର ପରା ହୋଇ କର୍ଣ୍ଣ ଧାରେ ଚନ୍ଦ୍ରମୁହିଁ ଦେଖୁଁ ଦେଖୁଁ ଭାସିବ ଏ ସନ୍ତାପନଦେ ।

ଏ ପାତକ ହେବ କାହାର ।

ଶିଖିନାହିଁ ପ୍ଳାବନ ଏ ରାଜକୁମାର ।୨।

 

ପୋଇ

 

ମନ୍ଦ ବଚନ ନ ଶୁଣ ପଳାଅ ବହନ ଦଣ୍ଡପାଣିରେ ପ୍ରାଭବୀ ନୋହି ।

ବୁଦ୍ଧି ବିଷୟ କୁଟିଳା ଏକାଳେ ଜଟିଳା ସେଠାରେ ପ୍ରବେଶ ହେଲା ଯାଇ ।।

ଅନ୍ତର୍ହିତ ଯଦୁପତି ପଚାରେ ଜରତୀ ଏକି ରୀତି କେହୁ ପଳା ଇଲା ।

ନିଶ୍ଚେ ମାର୍ଜାର ଗୋରସେ ବଶ ହୋଇ ବାସେ ଆସୁଁ ନର ଦେଖି ଦୂର ହେଲା ।।

 

ଛନ୍ଦବଚନେ ଚତୁରୀ ଶାଶୁ ବୋଧ କରି ଗୃହ କୀରତିରେ ଦେଲା ଚିତ୍ତ ।

ଦୁତୀ ପାଇ ଏ ଭରସା ହୋଇଲା ସୁଦୃଶା କି କରିବ କୃଷ୍ଣ କହି ସତ ।

ରାମା ପାଇ ବଇରାଗ ବୋଲେ ଯା ଯା ବେଗ ନ ଗଲେ ସବୁ ଦେବିଟି କହି ।

ମଣିକାହାଶିରେ ଜଳି ମୋହ ସଙ୍ଗ ଭଳି ହୋଇବାକୁ ମୁଁ ତ ଦେଖୁ ନାହିଁ ।

 

ଦୂତୀ ବୋଲେ ରମ ଣୀକି ଅମୁଲ୍ୟ ମଣିକି ଗୁଞ୍ଜ ଅନାଦରେ ଦେଲୁ ଫିଙ୍ଗି ।

ଅନୁଭବ କରୁ ନା କୁଟିଳ ନୟନା ପଛେ ଯାହା ହେବୁ ଏହାଲାଗି ।

ଏତେ ବୋଲି ସରାଗରେ କେଶବ ପାଶରେ ପ୍ରବେଶ ହୋଇ ବୋଇଲା ଚାଲ ।

ଜନ୍ତୁ ବିକିଜାଣେ ଦଧି କେତେ କାର ବୁଦ୍ଧକଲା କାଞ୍ଚନକୁ କାଚମୁଲ ।

 

କିଛିଦିନ ସହ ଖେଦ ବେନିନାବେ ପାଦ ଦେଇଛି ଅବଶ୍ୟବୁଡ଼ିଯିବ ।

ଅତି ଗୁଆଁର ଯୁବତିଠାରେ ଦେଇ ମତି ଭୁଞ୍ଜିବା ଯାହା କରମେ ଥିବ

ଯଉବନ ମତ୍ତହସ୍ତୀ ଗର୍ବରେ ବିନତି ଅଙ୍କୁଶ ପ୍ରୟୋଗ ନ ମାନଇ ।

ମୋତେ ଯାହା ଅଗୋଚର କଲତ ବିଚାର ଉଚ୍ଛନ୍ନଟୋପେ ପଡ଼ିବ କେହି ।।

 

କାର୍ଯ୍ୟ ହୋଇବ ସଫଳ ହରଦମ୍ଭହର ମଦନ ରାଜା ପ୍ରସନ୍ନ ହେଲେ ।

ହରି ବୋଲେ ତୁ ଦର୍ପଣ ବୁଦ୍ଧି ରୂପ ଗୁଣ ଦିଶଇ ମୋହର ଆଗେ ଥିଲେ ।।

ଦୂତୀ ମେଲାଣି ହୋଇଲା ନିଜପୁରେ ଗଲା ନଟବର ବୃନ୍ଦାବନେ ସ୍ଥିତି ।

କହେ ଯୁବଭଞ୍ଜ ରାଜା ସାରି କାମ ପୂଜାକରଯୁଗ ଯୋଡ଼ି କଲେ ସ୍ତୁତି ।୧୦।

 

ନବମଛାନ୍ଦ

ରାଗ-ଚୋଖି

 

ବୋଲନ୍ତି ଶୁଣ ହେ ଫୁଲଶର-କର ମୋର ବୋଲ ରାଧାଉରେ ସ୍ତନବ୍ୟାଜେ ଶମ୍ବୁ ଗୁପତ ।

ତୁମ୍ଭେ ପରାଭବୀ ହରେ ମୁଁ ପରାଭବୀ ରାମାରେ ସରିଅଛି ଦଇବେ ଦୁହିଙ୍କ ମହତ ।

ବିନ୍ଧି ଉଚ୍ଚାଟନ ବିଶିଖ

କରିଥିବ ଏକ ବାଳାହୃଦକୁ ଲାଖ ।୧।

 

ମୁଁ ଯେହ୍ନେ ବିରହ ଖେଦେ ଯାଇପଡ଼ିଲିତା ପାଦେ ସେରୁପେ ମିଳିଲେଛନ୍ନେ ମୋ ପାଶେ ସେ ଯେ ।

ବିରସ ସୁରତି ବେଳେ ଲୁଚିବେ ମୋ କରତଳେ ଦେଖୁଥିବ ଭୁଷି ପକାଇବି କରଜେ ।

ତୁମ୍ଭ ଶତ୍ରୁ ଦେବି ମୁଁ ସାଧି ।

ତୁମ୍ଭ ଘେନି ହେବ ମୋର କାମନାସିଦ୍ଧି ।।

 

ପୋଇ

 

ଆଜ୍ଞାପ୍ରମାଣେ ଅନିଶେ କର ଦେଇ ନିଶେ ରାଧାଛିଦ୍ର ପାଞ୍ଚି ଗଲା ମାର ।

କହେ କର ବେଣୁଧ୍ୱନି ସନ୍ତାପ ନଘେନି ବୃଷଭାନୁସୁତା ହେଲା ତୋର ।।

ରାମାପୁରତେ ପ୍ରବେଶ ପଞ୍ଚଶର ପେଷେ ମଦନ ମୋହନ ହିତଦାନୀ ।

ପଦ୍ମ ବିଶିଖ ପବନେ ପଦ୍ମିନୀ ଦହନେ ରହିଲା ବିରହା ?

 

ନଳ ଘେନି ।। କାଳ ଇନ୍ଦୀବର ଶର କାଳ ପରକାର କାଳ କୋକିଳି ରବରେ ପଶି ।

ଛାଡ଼ି ଅକାର ଅଶେକ ଦାନକଲା ଶୋକ ଶଶ କିରଣ ମାନଙ୍କେମିଶି ।

କରି ସୁବଶ ନିଆଳୀକୁଞ୍ଜବନେବାଳୀନେବାକୁ ରହିଲା ବେଣୁନାଦେ ।

ଧୈର୍ଯ୍ୟ ଚୁତ କରିବାକୁ ଚୂତ ନାରା ଚକୁ ବିନ୍ଧି ମଦନ ନାଶିଲା ବାଦେ ।।

 

ଶୁଭେ ଭ୍ରମର ଝଙ୍କାର କି ଗୁଣ ଟଙ୍କାର ଚମକି ପଡ଼ିଲା ପୁଣି ପୁଣି ।

ଫିଙ୍ଗି ଦେଲା ମୋତିଆଳୀ ଫଣା ବୋଲି ବାଳୀ ଗରୁଡ଼ ନାମକୁ ଗୁଣି ଗୁଣି ।।

କେଶୁ କୁସୁମ ଖସିଲା ଅତନୁ ପେଶିଲା ତୀକ୍ଷ୍ମବାଣ ଭାଳି ପଳାଇଲା ।

ଗୋଳି କର୍ପୂର ଚନ୍ଦନ ହୁଅନ୍ତେ ଲେପନ ସେହିତ ତନୁକୁ ଜଳାଇଲା ।।

 

ଗଇରିକପତ୍ରଲେଖା ମଣି ଅଗ୍ନି ଶିଖା ବୁକୁ ଦୁକୁଳକୁ ଝାଡ଼ିଦେଲା ।

ଭାବି କୃଷ୍ଣବିନୁ ଗତି ନାହିଁ ଏ ଜଗତି ପତିବ୍ରତା ପଣ ବୁଡ଼ାଇଲା ।।

କଟୀ କିଙ୍କିଣି ନୂପୁର କରି ସେ ବାହାର ଅଞ୍ଚଳେ ବାନ୍ଧିଲା ବାଜିବାକୁ ।

ଜନ ଅପବାଦଲାଜ କଲା ସେ ଦହିଯ ଦୁତିରେ ବିନତି ସର୍ଜିବାକୁ ।

 

ଯାଉ ଯାଉ ଚିତ୍ତେ ଭାବ କିପରି ଚାହିଁବି ସଖୀ ମୁଖକୁ କି କୃତ୍ୟ କଲି ।

ତେତେ ବିନୟୀ ନ ଘେନି ଚଉବର୍ଗଦାନି ବାହୁଡ଼ାଇ ଏତେ ସରି ହେଲି ।

ସେ ଯେ ଘେନିଲେ ସେ କଥା ନ ସରିବ ବ୍ୟଥା ଆଜ ଜୀଇବାକୁ ନାହିଁ ବୁଦ୍ଧି

କହେ ଯୁବଭଞ୍ଜ ଭୁପ ଦୁତିକା ସମୀପ ପ୍ରବେଶ ହେଲା ଲାବଣ୍ୟନିଧି ।।

 

ଦଶମ ଛାନ୍ଦ

ରାଗ-ଚୋଖି

 

ରାଧା ବୋଲେ ସଖି ଶୁଣ ତୋର ମୋର ଏକପ୍ରାଣ ପିଣ୍ଡଭିନ୍ନ ମୁଁ ମଲେ ତୁ ହେବୁକି ଭଲ ।

ମୋ ଦୋଷପଛକୁପକା ଏଠାକୁକୃଷ୍ଣଙ୍କ ଡକା ଡକା କଲାଣି ମଦନ ନ ଭାଙ୍ଗ ବୋଲ ।

ଯେବେ ଦଣ୍ଡେବିଳମ୍ବ କଲୁ ।

ରାଧାନାମ ଗୋପ୍ୟ ହେବ ମହୀମଣ୍ଡଳୁ ।।

 

ଅଳପ ଭଜିଲେ ମୁହିଁ ମନେ କଳପନା ନାହିଁ କୁଳବତୀ ହୋଇ ମତିଅତିଚଞ୍ଚଳା

ମନ୍ଥିଲେକ୍ଷୀର ପ୍ରକାଶ କରେ ସିନା ନାନା ରସ ଏ ଗୁରୁତା ନ ରଖିଲା ଦଇବଖଳ ।।

ଯୁବାକାଳେ ଯୁବତିଜନ ।

ସାମ୍ୟେ ଅନାଦର କରି ପାରନ୍ତି ଘେନ ।୧।

 

ପୋଇ

 

ବିଧୁ ସୁଧାବରଷିବମୋହବାଧୀ ଜୀବ ପରତେ ନ ଥିଲାଦୁତୀମନେ

ଶୁଣି ଆଶ୍ଚର୍ଯ୍ୟ ହୋଇଲା କୃଷ୍ଣେପ୍ରଶଂସିଲା ସତ୍ୱରଗମନ ବୃନ୍ଦାବନେ

ଖଣ୍ଡେ ଦୂରୁ ଦେଲା ଡାକ ହରିଛାଡ଼ ଶୋକ ପାଶରେ ପଡ଼ିଲାଗନ୍ଧବ

ରାଜ୍ୟଭ୍ରଷ୍ଟ ନରପତି ଯଥା ଲଭେ କ୍ଷିତିତଥା ତୋଷେ ବୋଲେକହ କହ ।

 

ଦୂତୀ ବୋଲେ କହିବାର ନୋହେ ତା ବେଭାର ବିଳମ୍ବସହିବ ନାହିଁ ତିଳେ ।

ଏବେ ତୁମ୍ଭଙ୍କୁ ମୋ ତୁଲେ ବାଳା ନ ଦେଖିଲେ ନ ଜୀଇବ ସୁଧା ପିଇଥିଲେ ।।

ଶୁଣି ସହଚରୀ ପଛେ ବେଣୁଧାରୀ ସ୍ୱଚ୍ଛେ ଗମନ ରାଧିକା ସନ୍ନିଧିରେ ।

ଟେକି ସେ ଦିଗକୁ ଆଖି ଆସଇ ସୁମୁଖୀ ଚକୋର ଯେସନେ ଶଶଧରେ ।।

 

ଲାଜ ଥିଲା ଯେ ପଳାଇ ଆଗେ କୃଷ୍ଣ ଚାହିଁ ବେଗରେ ଚିତ୍ତରେ ପ୍ରକଟିଲା ।

ଏଡ଼େ ଛନ୍ନ ଫୁଲଶରେ ନୂଆ ପ୍ରୀତିଠାରେ କୋଣ ଚାହାଣି ତା ନ ତୁଟିଲା ।।

ମନମଥରମଥନେ ବିନୟ କଥନେ ବାଣୀ ନ ଦିଶିଲା ନାଗରଙ୍କୁ ।

ତାକୁ କୋଳ- କଲା ଛାତି ଲଭିଲା ମହିତଯୋଗ ଲଭି ରସସାଗରକୁ ।।

 

ଶ୍ୟାମ ବାହୁ ବେଢ଼େ ରହି ରାମା ଶୋଭା ପାଇ ଶଶୀ କି ପଶି ଯାଉଛି ଘନେ ।

ସିତିକାରେ ଯେ ଶୋଭିତା କମ୍ପେ ପଦ୍ମଲତା କାଳିନ୍ଦୀମଧ୍ୟେ କି ପବମାନେ ।

ଦେଖି ଦୂତିକା ଅନ୍ତର ପଲଙ୍କଉପର କି ଶୋଭକିଶୋରୀ କଲେ ଚାରୁ ।

ନବପଲ୍ଲବରରୁ ମଧୁ ବେନିଜନେ ସାଧୁ ରତି କାମରସେ ଦୀକ୍ଷାଗୁରୁ ।

 

ତାଙ୍କୁ ନ ଜାଣିଲା ହୋଇ ଭାବବନ୍ଦୀ ନାହିଁ ରତି ମଦନକୁ ଅଗୋଚର ।

କଲେ ସ୍ମରଣାସ୍ତ୍ରଟୀକା ରସିକ ରସିକା ମନୁ ସବୁ ଭାବ ହେଲା ଦୂର ।

କାମଖେଳେ ପାଞ୍ଚି କୂଟ ଡାକିଲା କୁକୁଟ ପାହି ଗଲା ନିଶିପାରେ ପଳା ।

ଯୁବଭଞ୍ଜ ନରପତି ଭଣନ୍ତି ବିନତି ବେଣୁ ଧର ଧରି ରାଧାଗଳା ।।

 

ଏକାଦଶ ଛାନ୍ଦ

ରାଗ ଚୋଖି

 

ତୋସଙ୍ଗ ଛାଡ଼ିବା ସଲ ଜୀବନ ଛାଡ଼ିବା ଭଲ ମେଲାଣି ହେବାକୁ

ଚିତ୍ତ ବଳଇ ନାହିଁ । କହ ମୁ କିସ କରିବି ଦିବ୍ୟଚିତ୍ତେ ପଡ଼ୁଥିବି

ଦୟାଳୁମଣିକି ମୋର ମାଗୁଣି ଏହି । ଶୁଣି ଭାଷେ ନବୀନବାଳୀ ।

ଏହି ଅବଧାନେ ଥିଲେ ମୁଁ ଭଲହେଲି ।୧୧। ଶାଶୁନଣନ୍ଦକୁ ଭୟହେଉଛି

 

ସ୍ଥାନୁ ଉଦୟ ଯାଉଛି ବୋଲି ମେଲାଣି ଦେଲାଚୁମ୍ବନ । କିଛିଦୂରଯାଇ

ଅଙ୍ଗେ ଅଭିନବ ଦିବ୍ୟରଙ୍ଗେ ପଛଘୁଞ୍ଚା ଦେଇ ଗତି ନିକୁଞ୍ଜବନ ।

କା ପ୍ରବେଶ ସଦନ । ରସିକ ଉଲ୍ଲାସ ଦଶପୋଇ ସମ୍ପୂର୍ଣ୍ଣ

 

---: ସମାପ୍ତ: ---